ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନ ଫଳାଫଳରେ ବିଜେପି ଶିବସେନା ମେଣ୍ଟକୁ ବହୁମତ ମିଳିଥିଲେ ମଧ୍ୟ ଉଭୟ ଦଳର ଆସନ ସଂଖ୍ୟାରେ ହ୍ରାସ ଘଟିଛି । ଏହାକୁ ନେଇ ଶିବସେନାର ମୁଖପତ୍ର ସାମ୍ନାରେ ବିଜେପିକୁ ସମାଲୋଚନା କରାଯାଇଛି । କ୍ଷମତାର ଅହଙ୍କାର ପରିତ୍ୟାଗ କର, ନଚେତ୍ ଜନାଦେଶ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବ ବୋଲି ବିଜେପିକୁ ସତର୍କ ସୂଚନା ଦେଇଛି ଶିବସେନା । ବିଜେପି 2014ରେ 122 ଟି ଆସନରେ ବିଜୟୀ ହୋଇଥିବା ବେଳେ 2019ରେ ଏହି ସଂଖ୍ୟା 105କୁ ହ୍ରାସ ପାଇଥିଲା । ସେହିପରି 2014ରେ ଶିବସେନା 63 ଆସନ ହାସଲ କରିଥିବା ବେଳେ ସେନାର ଆସନ ସଂଖ୍ୟା 56କୁ ହ୍ରାସ ପାଇଥିଲା । କ୍ଷମତା ମୋହରେ ଅନ୍ଧ ବିଜେପି ବିପକ୍ଷ ଦଳଙ୍କୁ ହେୟ ମନେ କରିବା କାରଣରୁ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି । ଏହା ଉଭୟ ଦଳଙ୍କ ପାଇଁ ସତର୍କ ସୂଚନା ବୋଲି ସାମ୍ନାରେ ଉଲ୍ଲେଖ କରାଯାଇଛି ।