ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଏକ ସମାଜ ସେବା ଶାଖାର ନାଁ ‘ଓଡ଼ିଶା-ମୋ ପରିବାର’ ନାମରେ ଘୋଷଣା କରିଛନ୍ତି । ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି । ସେବାର ପ୍ରତୀକ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନବୀନ ‘ଓଡ଼ିଶା-ମୋ ପରିବାର’ ନାମକ ଏକ ସମାଜ ସେବା କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର ୨ରେ ଏହି ଶାଖା ଖୋଲିବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦେଶରେ କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟ କରିବାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ନାୟକ, ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହକ ଦାୟିତ୍ୱ ଦିଆଯାଇଛି ।