ସମୀକ୍ଷା ବ୍ୟୁରୋ
ଲଗାଣ ବର୍ଷା ଯୋଗୁଁ ବାଣପୁର ବିଜ୍ଞାପିତ ଅଞ୍ଚଳର ଚିଆଙ୍କ ସାହି, କରଞ୍ଜ ସାହି ଓ ତୋଟା ସାହି ପାଣି ଘେରରେ। ଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଏହି ସମସ୍ତ ଅଞ୍ଚଳ ଜଳମୟ ହୋଇଯାଇଛି । ଏଥିପାଇଁ ଜନସାଧାରଣ ନାହିଁ ନଥିବାର ହଇରାଣ ହେଉଛନ୍ତି। ପ୍ରାୟ ପ୍ରତ୍ୟେକ ବର୍ଷ ଏପରି ଅବସ୍ଥା ଏଠାରେ ହେଉଛି । ଶାଳିଆ ନଦୀର ଧାର ଭାଙ୍ଗି ଆଖ ପାଖ ସବୁ ଶଙ୍ଖ ବନ୍ଦ ହୋଇଯିବା ଫଳରେ ଜଳ ନିଷ୍କାସନ ଠିକ୍ ସେ ହୋଇନପାରିବାରୁ ଏହି ସମସ୍ତ ଅଞ୍ଚଳରେ ପାଣିଘେରରେ। ସମ୍ପୃକ୍ତ ଗ୍ରାମବାସୀ ଶାଳିଆ ଇରିଗେସନ୍ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଗତକାଲି ବାଣପୁର ବ୍ଲକ୍ ବାଲେଡିହ ରାସ୍ତାରେ ଭାସିଯାଇଥିବା ବାଇକକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ତକାଲି ବନ୍ୟାପାଣିରେ ତିନିଜଣ ଯୁବକ ଭାସିଯାଇଥିଲେ। ତିନିଜଣ ଯୁବକ ଏକ ବାଇକ୍ ଯୋଗେ ଏହି ରାସ୍ତା ଅତିକ୍ରମ କରୁଥିଲେ। ତିନି ଯୁବକଙ୍କୁ ଗତକାଲି ଉଦ୍ଧାର କରାଯାଇଥିବାବେଳେ ବାଇକ୍କୁ ଉଦ୍ଧାର କରାଯାଇପାରିନଥିଲା। ବାଣପୁର ଏବିଭିପି କାର୍ଯ୍ୟକର୍ତ୍ତା ମନୋଜ ମଲ୍ଲିକ, ଲିଟୁ ଲେଙ୍କା ଏବଂ ଦୀପକ ବାଇକ୍ଟିକୁ ଉଦ୍ଧାର କରିଛନ୍ତି। ସକାଳ 8ଟା ସମୟରେ ଦୀର୍ଘ 1 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ତିନି ଯୁବକ ବାଇକ୍ଟିକୁ ଉଦ୍ଧାର କରିଥିଲେ। ବାଇକଟି ହିରୋ ଗ୍ଲାମର ବୋଲି ଜଣାପଡିଛି।