ଏଣିକି ବ୍ରାଜିଲ୍ ଯିବା ନିମନ୍ତେ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ ବୋଲି ବ୍ରାଜିଲ୍ ରାଷ୍ଟ୍ରପତି ଜୈର୍ ବୋଲସୋନାରୋ ପ୍ରକାଶ କରିଛନ୍ତି । ଚଳିତ ବର୍ଷ କ୍ଷମତାକୁ ଆସିଥିବା ବୋଲସୋନାରୋ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଦୃଢ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁରୁବାର ଘୋଷଣା କରିଛନ୍ତି । କେବଳ ଭାରତ ନୁହେଁ ଚୀନ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ଦ୍ବାରା ଉଭୟ ରାଷ୍ଟ୍ରର ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କୁ ସହାୟତା ମିଳିବ ବୋଲି ବୋଲସୋନାରୋ ପ୍ରକାଶ କରିଛନ୍ତି । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ପର୍ଯ୍ୟଟକଙ୍କୁ ବିନା ଭିସାରେ ବ୍ରାଜିଲ୍ ଭ୍ରମଣର ସୁଯୋଗ ମିଳୁଥିବା ବେଳେ ବର୍ତ୍ତମାନ ଭାରତ ଏବଂ ଚୀନ୍କୁ ଏହି ତାଲିକାରେ ସାମିଲ କରିବାର ନିଷ୍ପତ୍ତି ନେଇଛି ବ୍ରାଜିଲ୍ ।