ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପୁଣି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନରେ କରାଯିବ । ଗଣଶିକ୍ଷା ବିଭାଗ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛି । ପ୍ରାରମ୍ଭିକ ଭାବରେ 100ଟି ବିଦ୍ୟାଳୟରେ ପାଇଲଟ୍ ପ୍ରକଳ୍ପ ଭାବରେ ଏହା ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟର ଶହେଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଭାବେ ମଧ୍ୟ ଚିହ୍ନଟ କରାଯାଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର 144171 ଜାରି କରାଯାଇଛି ।