ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । କଟକର ଚାଉଳିଆଗଞ୍ଜ ପୁଲିସ୍ କାର୍ତ୍ତିକ ରାଉତରାୟ ନାମକ ବ୍ୟକ୍ତିକୁ ଗିରଫ କରିଛି । ତାଙ୍କ ନିକଟରୁ ପୁଲିସ୍ 7ଟି ମୋବାଇଲ, 21ଟି ସିମ୍ କାର୍ଡ, 14ଟି ବ୍ୟାଙ୍କ ପାସବୁକ୍ ଓ 9ଟି ଚେକ୍ ବୁକ୍ ଜବତ କରିଛି । କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲା । ଏନେଇ ପୁଲିସ୍ କୌଣସି ସୂତ୍ରର ଖବର ପାଇ ଶୁକ୍ରବାର ରାତିରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।