କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କ ନାମ ତପନ ଦାସ ବୋଲି ଜଣାପଡିଛି । ଗତକାଲି ଜମ୍ବୁ ମେରାଇନ ଥାନା ଅଞ୍ଚଳର 4 ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଜୁଆରରେ ଡଙ୍ଗାକୁ ଡଙ୍ଗାଟି ଓଲଟି ପଡ଼ିଥିଲା । ତେବେ 3 ଜଣ ମତ୍ସ୍ୟଜୀବୀ ପହଁରି ପହଁରି ମୁହାଣକୁ ଆସିଥିଲେ । ମାତ୍ର ତପନ ନିଖୋଜ ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଧାନ ଜାରି ରହିଛି ।