ଲଘୁଚାପ ଜନିତ ବର୍ଷାରୁ ଏବେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି କାଁ ଭାଁ ବର୍ଷା ହେବ। କାଲିଠାରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି ଅଞ୍ଚଳରେ ବର୍ଷା ହେଵ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲିଠୁ ପାଗ ଶୁଖିଲା ଓ ଉତ୍ତରା ପବନ ବହିବ। ଆସନ୍ତା ୨/୩ ଦିନରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।