ଆତ୍ମସ୍ବାଭିମାନୀ ମହିଳା ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ବିଜେପି ସର୍ବଦା ଏପରି ରାଜନୈତିକ ବ୍ୟକ୍ତିତ୍ବଙ୍କୁ ସମର୍ଥନ କରୁଛି ଯେଉଁମାନେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥାନ୍ତି । ତେଣୁ ଆତ୍ମସ୍ବାଭିମାନ ଥିବା ମହିଳା ମାନେ ବିଜେପିକୁ କଦାପି ସମର୍ଥନ କରିବା ଉଚିତ୍ ନୁହେଁ ବୋଲି ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ବିଜେପିକୁ ସମାଲୋଚନା କରିଥିଲେ ପ୍ରିୟଙ୍କା । ‘ପ୍ରଥମେ କୁଲଦୀପ ସେଙ୍ଗାର, ଚିନ୍ମୟାନନ୍ଦ ଏବଂ ବର୍ତ୍ତମାନ ଗୋପାଳ କାଣ୍ଡାଙ୍କୁ ସମର୍ଥନ କରି ବିଜେପି ନିଜର ଅସଲି ଚେହେରା ପଦାରେ ପକାଇଛି ବୋଲି ପ୍ରିୟଙ୍କା ଟ୍ବିଟ୍ କରିଛନ୍ତି । ଗତକାଲି ହରିୟାଣାର ସ୍ବାଧୀନ ବିଧାୟକ ଗୋପାଳ କାଣ୍ଡା ବିଜେପି ପ୍ରତି ନିଜର ସମର୍ଥନ ଘୋଷଣା କରିବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ଏପରିକି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟ କାଣ୍ଡାଙ୍କ ସହଯୋଗ ନନେବା ପାଇଁ ନିବେଦନ କରିଥିଲେ ।