ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ରବିବାର ଦିନ 30 ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି । ବେଙ୍ଗାଲୁରୁ କ୍ରାଇମବ୍ରାଞ୍ଚ ପକ୍ଷରୁ 30 ଜଣଙ୍କୁ ବିନା ଭିସାରେ ଗିରଫ କରାଯାଇଛି । ଏହି ନାଗରିକ ମାନଙ୍କୁ ବିଦେଶୀ ନାଗରିକ ନିୟମ ଅନୁଯାୟୀ ଗିରଫ କରାଯାଇଥିବା ବେଳେ ଏମାନଙ୍କୁ ପ୍ରତ୍ୟର୍ପଣ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚଳିତ ମାସ ପ୍ରାରମ୍ଭରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରାଜ୍ୟରେ ଏନ୍ଆରସି ଲାଗୁ କରିବା ନେଇ ଘୋଷଣା କରିଥିଲେ । ନିୟମ ଅନୁଯାୟୀ ଅନୈତିକ ଭାବରେ ଅବସ୍ଥାନ କରିଥିବା ନାଗରିକଙ୍କୁ ଗିରଫ କରାଯାଇପାରିବ ନାହିଁ ମାତ୍ର ସେମାନଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ । ସମସ୍ତ ନାଗରିକଙ୍କୁ ପ୍ରତ୍ୟର୍ପଣ କେନ୍ଦ୍ରରେ ରଖାଯାଇଛି ।


