ପେଣ୍ଟାଗନ୍ ପକ୍ଷରୁ ମାଇକ୍ରୋସଫ୍ଟକୁ 10 ବିଲିୟନ୍ ଡଲାରର ଚୁକ୍ତି ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମାଜନ୍ । ଆମାଜନ୍ ଏହି ଚୁକ୍ତି ହାସଲ ନେଇ ଆଶାବାଦୀ ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଥିବା ସମ୍ପର୍କରେ ଘୋଷଣା କରିଥିଲେ । ଆମେରିକୀୟ ସରକାରଙ୍କ ପକ୍ଷରୁ ଆମାଜନ୍କୁ ପକ୍ଷପାତ କରି ଅଧିକ ଚୁକ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ କାରଣରୁ ଏକାଧିକ ମାମଲା ଦାୟର କରାଯିବା ପରେ ଆମାଜନ୍ ନିକଟରୁ ଏହି ଚୁକ୍ତି ପ୍ରତ୍ୟାହାର କରି ମାଇକ୍ରୋସଫ୍ଟକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ଆମାଜନ୍କୁ ପେଣ୍ଟାଗନ୍ ପକ୍ଷରୁ 48 ପ୍ରତିଶତ ଚୁକ୍ତି ମିଳିଥିବା ବେଳେ ପ୍ରଥମ ଥର ପାଇଁ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଛି ।