ସମୀକ୍ଷା ବ୍ୟୁରୋ
ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇ ପୁଣି ସେଠାରୁ ଇସ୍ତଫା ଦେଇଥିବା ଦାମୋଦର ରାଉତଙ୍କ ବିବୃତିକୁ ନେଇ ଏବେ ଓଡିଶା ରାଜନୀତିରେ ଚାଲିଛି ଚର୍ଚ୍ଚା। ବିଜେପୁର ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯିବା ପରେ ମତ ପ୍ରକାଶ କରି ଦାମ କହିଛନ୍ତି ଦେଶରେ ଜାତୀୟ ରାଜନୈତିକ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଗୁଡିକ ଅଧିକ ଲୋକପ୍ରିୟ ହେଉଛନ୍ତି । ସେହି କ୍ରମରେ ବିଜେଡି ତାର ଲୋକ ପ୍ରିୟତା ପ୍ରମାଣିତ କରିଛି । ନବୀନଙ୍କ ଲୋକପ୍ରିୟତା କାରଣରୁ ଓଡିଶାର ଜନସାଧାରଣ ଜାତୀୟ ଦଳ ତୁଳନାରେ ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରୁଛନ୍ତି । ନବୀନ ହେଉଛନ୍ତି ଓଡିଶା ରାଜନୀତିରେ ଜଣେ ଅପରାଜୟ ନେତା। ତାଙ୍କୁ ହରାଇବା ପାଇଁ ଓଡିଶାରେ କେହି ନାହାଁନ୍ତି ବୋଲି ଦାମ କହିଛନ୍ତି। ଦାମଙ୍କ ଏପରି ଉକ୍ତିକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଛି। ଦୀର୍ଘ ମାସ ପରେ ଦାମୋଦର ରାଉତ ଏପରି ବିବୃତିରୁ ସାଧାରଣରେ ଅନୁମାନ କରାଯାଉଛି ଯେ, ସେ ପୁଣି ବିଜେଡକୁ ଫେରିପାରନ୍ତି।