ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦଲାଗି ରହିଛି । ଗୋଟିଏ ପଟେ ବିଜେପି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡି ବସିଥିବା ବେଳେ ଅନ୍ୟପଟେ ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବର ଦାବି କରିଛି । ଅଢେଇ ଅଢେଇ ବର୍ଷ ଫର୍ମୁଲାରେ ବିଜେପି ଲିଖିତ ଭାବରେ ସହମତ ହେଲେ ଯାଇ ଶିବସେନା ସମର୍ଥନ ଦେବ ବୋଲି ଦଳର ବିଧାୟକ ଘୋଷଣା କରିଛନ୍ତି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ଘର ମୋତିଶ୍ରୀରେ ଆଜି ଶିବସେନା ବିଧାୟକ ଦଳର ବୈଠକ ହୋଇଛି । ଶିବସେନା ନେତା ପ୍ରତାପ ସରନାୟକ ବୈଠକ ସରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ।