ବଙ୍ଗୋପସାଗରରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି ଟିକେ ପାଗ ଶିଖିଲା ରହିଛି । କିନ୍ତୁ ଏହି ଲଗାଣ ବର୍ଷା ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡିଯାଇଛି । ଗତ ୨୩ରୁ ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଏହି ଲଗାଣ ବର୍ଷାରେ କ’ଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଅନୁଦାନକୁ ଅପେକ୍ଷା ନ କରି ଆଂଶିକ କ୍ଷତିଗ୍ରସ୍ତକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୪ ସୁଦ୍ଧା ରିପୋର୍ଟ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।