ସମୀକ୍ଷା ବ୍ୟୁରୋ
ଗତକାଲି ରାତିରେ ବାଣପୁର ବ୍ଲକ ବାଁଳୋଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାଣ ଫୁଟାଇବା ଦ୍ଵାରା ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଗତକାଲି ଦୀପାବଳିରେ ବାଣ ଫୁଟି ନିଆଁ ଝୁଲ ପଡିବା ଦ୍ଵାରା ଗଗନ ପ୍ରଧାନଙ୍କର ଚାଳଘର ପୋଡିଯାଇଥିଲା। ପରବର୍ତ୍ତୀ ସମୟରେ ସେହି ନିଆଁ ପଡୋଶୀ ଘରକୁ ତୁରନ୍ତ ବ୍ୟାପିଯାଇଥିଲା। ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ।
ଏହି ଦୟନୀୟ ଘଟଣାରେ ଗଗନପ୍ରଧାନଙ୍କ ଏକ ବଖରା ଚାଳ ଘର ସହ ବହୁ ଆସବାବପତ୍ର ପୋଡିଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି। ସେହିପରି ଯୁଗଳ ପ୍ରଧାନଙ୍କର ଏକ ବଖରା ଚାଳ ଘର ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।