ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଏକ ଗ୍ରେନେଡ୍ ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି। କାଶ୍ମୀରର ସୋପୋରରେ ସୋମବାର ଏହି ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଉପରକୁ ଗ୍ରେନେଡ୍ ମାଡ କରାଯାଇଥିବା ଜଣାପଡିଛି। ବସ୍ଟି ସୋପୋର୍ ବସ୍ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଗ୍ରେନେଡ୍ ମାଡ କରାଯାଇଥିଲା। ବିସ୍ଫୋରଣ ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇଛି। କାଶ୍ମୀର ପୋଲିସ୍ ପକ୍ଷରୁ ଟ୍ବିଟ୍ଟର ଜରିଆରେ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।