Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ନେଇ ଜନ ଅସନ୍ତୋଷ
ଆଜିର ଖବର

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ନେଇ ଜନ ଅସନ୍ତୋଷ

October 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଜନ ଶୁଣାଣିରେ ଜନ ଅସନ୍ତୋଷ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜିଲ୍ଲାପଳଙ୍କ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣ ସବୁ ଜନଶୁଣାଣିରେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ଏପରିକି ଦିବ୍ୟାଙ୍ଗମାନଙ୍କ ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଫୁ..କରି ଉଡାଇ ଦେଉଛନ୍ତି। ରାଣୀପଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳା ଯେ କି ସାତ ଥର ଏହି ଶୁଣାଣିକୁ ଆସିଲେଣି, ହେଲେ ତାଙ୍କୁ ନା ଖଣ୍ଡିଏ ରାସନ କାର୍ଡ ମିଳିପାରୁଛି ନା ଗୋଟିଏ ତିନି ଚକିଆ ସାଇକେଲ। ବାରମ୍ବାର ନିରାଶ ହେବା ପରେ ଶେଷରେ “ଚିଲିକା ରିପୋର୍ଟର ଆସୋସିଏସନ” ର ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆଜି ସେହି ମହିଳାଙ୍କୁ ସାଇକେଲ ଖଣ୍ଡେ ମିଳିପାରିଛି।

ଅନ୍ୟପଟେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସବୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରାମ୍ପର ବ୍ୟବସ୍ଥା କରିଥାନ୍ତି। ହେଲେ ଜିଲ୍ଲାପାଳ ଉପର ମହଲାରେ ଶୁଣାଣି କରୁଥିବାରୁ ସେଠାକୁ ଦିବ୍ୟାଙ୍ଗମାନେ ଯିବା ସମ୍ଭବ ହୋଇପାରୁ ନାହିଁ। ଜଣେ ଜିଲ୍ଲାର ପ୍ରମୁଖ ଅଧିକାରୀ ଭିନ୍ନକ୍ଷମ ଆଇନି ସଂପର୍କରେ ଅବଗତ ଥିଲେ ମଧ୍ୟ ସେ କିପରି ପ୍ରଥମ ମହଲାରେ ଜନଶୁଣାଣି କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ ଦିବ୍ୟାଙ୍ଗମାନେ ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026
Latest News

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.