ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍ଅପ୍ ଭ୍ୟାନ ଜଵତ କରାଯାଇଛି । ଭ୍ୟାନରୁ 30ଟି ଗାଇ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା । ପୁଲିସ୍ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଭ୍ୟାନ୍ରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି ।