ଚୀନ୍ରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି 8 ଜଣଙ୍କର ମୃତ୍ୟୁ ଘଟିଛି । ସୋମବାର ଦକ୍ଷିଣପଶ୍ଚିମ ଚୀନ୍ର ଗୁଇଝୋଉରେ ଏହି ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ସ୍ଥାନୀୟ ଅଧିକାରୀ ପ୍ରକାଶ କରିଛନ୍ତି । ସୋମବାର ଅପରାହ୍ନ 4.21 ରେ ଖଣିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ ଖଣିରେ ମାତ୍ର 14 ଜଣ ଲୋକ ଉପସ୍ଥିତ ଥିଲେ । 8 ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଅନ୍ୟ 4 ଜଣ ନିଖୋଜ ଥିବା ଜଣାପଡିଛି । ମଙ୍ଗଳବାର ନିଖୋଜଙ୍କ ସନ୍ଧାନ ଜାରି ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।