ଦିଲ୍ଲୀ ସରକାରଙ୍କ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବାର ଶୁଭାରମ୍ଭ କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ସେବା ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଭାଇଦୁଜ୍ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ଟର ଜରିଆରେ ଏହି ସେବାର ଆରମ୍ଭ ନେଇ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ପରିବହନ ନିଗମର ନୂତନ ଭାବରେ ଆରମ୍ଭ ହୋଇଥିବା ବସ୍ ସେବାରେ 13 ହଜାର ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ କରାଯାଇଛି ।