ମହାରାଷ୍ଟ୍ରରେ ବିଜେପି – ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଜାରି ରହିଛି । ବିଜେପି ପାଇଁ ଏବେ ମେଣ୍ଟ କଣ୍ଟା ସାଜିଛି। ନିର୍ବାଚନ ପରେ ଶିବସେନା ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି । ୫୦-୫୦ ଫର୍ମୁଲାକୁ ନେଇ ଅଡି ବସିଛି ଶିବସେନା। ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ନିଜ ଜିଦ୍ରେ ଅଟଳ ରହିଛି ଶିବସେନା। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ନାହାନ୍ତି, ଯାହାଙ୍କ ପିତା ଜେଲ୍ରେ ଅଛନ୍ତି । ତାଙ୍କ ପାଖରେ ବିକଳ୍ପ ଅଛି ବୋଲି କହିଛନ୍ତି । ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ଆମ ପାଖରେ ଅନ୍ୟ ବିକଳ୍ପ ଅଛି, କିନ୍ତୁ ଆମେ ସେହି ବିକଳ୍ପ ସ୍ବୀକାର କରି ପାପ କରିବାକୁ ଚାହୁଁନାହୁଁ। ଶିବସେନା ସର୍ବଦା ରାଜେନୖତିକ ସତ୍ୟର ପଥ ଅନୁସରଣ କରିଛି, ଆମେ କ୍ଷମତାର ଭୋକିଲା ନୋହୁଁ ବୋଲି କହିଛନ୍ତି ସଞ୍ଜୟ ରାଉତ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇଥିଲେ ମଧ୍ୟ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁ ପାରି ନାହିଁ। ଏଥିପାଇଁ ମେଣ୍ଟ ଉପରେ ଆଶ୍ରା କରିବାକୁ ପଡିଛି। ସେପଟେ ୫୬ଟି ସିଟ୍ ଅକ୍ତିକାର କରିଥିବା ଶିବସେନା ଅଧା ଅଧା ବର୍ଷ ଶାସନ କରିବାକୁ ଜିଦ ଧରିଛି। କିନ୍ତୁ ଏ ଯାଏଁ କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ ।