ସମୀକ୍ଷା ବ୍ୟୁରୋ
ସଡକ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ମାଗଣା ଚିକିତ୍ସା ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ସରକାରୀ ଡାକ୍ତରଖାନାମାନଙ୍କର ଦୁର୍ଘଟଣା ପରବର୍ତ୍ତୀ ମାଗଣା ଚିକିତ୍ସା ଥିବାବେଳେ ଏହି ସୁବିଧା ଏବେ ଘରୋଇ ଚିକିତ୍ସାଳୟରେ ମଧ୍ୟ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ପାଇଁ ଏହା କେବଳ କଟକର ଅଶ୍ବିନୀ ହସ୍ପିଟାଲ୍, ଭୁବନେଶ୍ବରର ଆପଲୋ ଓ ଆମ୍ରି ହସ୍ପିଟାଲରେ ଉପଲବ୍ଧ ହେବ । ଏଥିରେ ସାହାଯ୍ୟ କରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ କରାଯାଇଅଛି । ପୀଡ଼ିତଙ୍କ ସହାୟତା ପାଇଁ ୩ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ନମ୍ବରଗୁଡ଼ିକ ହେଲା – ୯୩୪୮୬-୭୭୧୩୩, ୯୪୩୯୯-୯୮୧୫୩, ୯୪୩୭୦-୫୪୯୩୦