ସମୀକ୍ଷା ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୂଜାରୀପୁଟ ୟୁପି ସ୍କୁଲ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହେଉଥିବା ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ଯୋଗ ଦାନ କରି ଶିକ୍ଷାର ସୁପରିଚାଳନା, ଧନ୍ଦାମୂଳକ ଶିକ୍ଷା, ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶନ ସମ୍ପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତ୍ତାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ଠିକ୍ ସମୟରେ ଉପସ୍ଥାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ୍, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାରୁ, ଗୁଣୁପୁର ବିଧାୟକ ରଘୁନାଥ ଗମାେଙ୍ଗା, ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢି, ଈଶ୍ବର ପାଣିଗ୍ରାହୀ, କୋରାପୁଟ ଜିଲ୍ଲାଙ୍କ ସମେତ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ କର୍ମକର୍ତ୍ତା ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।