ଚୋରା ଲୁହାପଥର କିଣିବା ଅଭିଯୋଗରେ ଯାଜପୁରରେ ଜଣେ ଶିଳ୍ପପତି, ମ୍ୟାନେଜର ଏବଂ କର୍ମଚାରୀ ଗିରଫ ହୋଇଛନ୍ତି । ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍କୁ ବାଟରେ ଚୋରି କରିଥିବା ଅଭିଯୋଗରେ ରାଉରକେଲାର 3 ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ, ତାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଅଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି ।