କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ଚନ୍ଦକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଯମୁନା ଗୁଣ୍ଠା ନାମକ ଏହି ମହିଳା ଆଜି ସକାଳେ ଗାଁରେ ପ୍ରବାହିତ ହେଉଥିବା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗତ କିଛିଦିନର ବର୍ଷା ହେତୁ ନଦୀର ଜଳସ୍ତର ଅଧିକ ରହିଥିଲା । ଗାଧୋଇବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯାଇଥିଲା । ଫଳରେ ସେ ବୁଡି ଯାଇ ପ୍ରାଣ ହରାଇଥିଲେ । ଖବର ପାଇ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।