କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅନ୍ତର୍ଜାତୀୟ ସଂଘର ସମର୍ଥନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମନ୍ତ୍ରୀଅଲୀ ଅମିନ୍ ଗଣ୍ଡାପୁର । ଜମ୍ମୁ କାଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ପାକିସ୍ତାନ ମିସାଇଲ ରାଡାରରେ ରହିଛନ୍ତି ବୋଲି ଗଣ୍ଡାପୁର ମତ ଦେଇଛନ୍ତି । ପୂର୍ବରୁ ପାକିସ୍ତାନ ରେଳ ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ଇସଲାମାବାଦ ପାଇଁ ଶତ୍ରୁ ସଦୃଶ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଗଣ୍ଡାପୁର । ଏହି ଭିଡିଓଟି ପାକିସ୍ତାନୀ ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟ୍ଟର ପେଜ୍ରେ ସେୟାର କରିଥିଲେ ।