ସମୀକ୍ଷା ବ୍ୟୁରୋ
ଆଜି ବାଣପୁରଠାରେ ବିଜୁ ଯୁବ ବାହିନୀ ତରଫରୁ ସଡକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବାଣପୁର ଏନ୍ଏସି ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଡକ ନିରାପତ୍ତା ସମ୍ପର୍କରେ ସଚେତନତା କରାଯାଉଛି। ଏହି ଅବସରରେ ଗାଡି ଚାଳକମାନଙ୍କୁ ଚକୋଲେଟ୍ ସହିତ ଗୋଲାପ ଫୁଲ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ୍ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।