ସମୀକ୍ଷା ବ୍ୟୁରୋ
ଗତକାଲି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶୋରପୁର ଓଭରବ୍ରିଜ ନିକଟରେ ଘଟିଥିବା ଡକାୟତିର ପର୍ଦ୍ଦାଫାଶ ହୋଇଛି। ଲୁଟର ଅଭିଯୋଗ କରିଥିବା ମ୍ୟାନେଜର ସନ୍ତୋଷ ରାଜଙ୍କ ଘରୁ ପୋଲିସ୍ ଏହି ଅର୍ଥ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଗତକାଲି ୧୮ ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟ ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ମାତ୍ର ଆଜି ପୋଲିସ ସନ୍ତୋଷଙ୍କ ଘରୁ ଏହି ଅର୍ଥ ଜବତ କରିଛି ପୋଲିସ୍।