ଚଳନ୍ତା ବସ୍ରୁ ଖସିଗଲା ଚକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆଜି ସକାଳେ ଏମଏସବି ନାମକ ଏକ ବସ କୋରାପୁଟ ଜୟପୁରରୁ ନବରଙ୍ଗପୁର ଉମରକୋଟ ଅଭିମୁଖେ ଯାଉଥିଲା । ଡାବୁଗାଁ ମହେନ୍ଦ୍ରୀ ଗ୍ରାମ ନିକଟରେ ବସର ଚାରୋଟି ପଛ ଚକା ହଠାତ ଖସି ଯାଇଥିଲା। ଚାରୋଟି ଚକା ଏକ ଜମି ଭିତରେ ଯାଇ ପଡିଥିଲା । ଫଳରେ ବସଟି ସେଠାରେ ଅଟକି ଯାଇଥିଲା । ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ମଧ୍ୟ ଏହି ଅଘଟଣରେ କେହି ହେଲେ ମୃତାହତ ହୋଇନାହାନ୍ତି । ଖବର ପାଇ ବସର ମାଲିକ ଓ ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଉମରକୋଟ ନିଆଯାଇଛି ।