Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ଅଧିକାରୀଙ୍କୁ ବାଣପୁର ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଆକ୍ରମଣ
ଆଜିର ଖବର

ବରିଷ୍ଠ ଅଧିକାରୀଙ୍କୁ ବାଣପୁର ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଆକ୍ରମଣ

October 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର ବ୍ଲକ୍‌ରେ ବରିଷ୍ଠ ଜିଲ୍ଲା କୃଷି ଅଧିକାରୀ(ଡିଏଓ)ଙ୍କୁ  ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ  ସ୍ଥାନୀୟ ସହକାରୀ କୃଷି ଅଧିକାରୀ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଗତ ୨୮ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ପରେ ଡିଏଓ ବିଜୟ କୁମାର ମହାନ୍ତି ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଫସଲ ହାନି ସମ୍ପର୍କରେ ପଚାରିଥିଲେ। ଏବଂ ଲଗାଣ ବର୍ଷା ଏବଂ ରୋଗ ପୋକରୁ ହୋଇଥିବା ଫସଲ ହାନିର ରିପୋର୍ଟ ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସହକାରୀ କୃଷି ଅଧିକାରୀ  ନିଜ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଡିଏଓଙ୍କୁ ଗାଳିଗୁଲଜ କରିବା ସହିତ ଚାପୁଡା ମାରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡିଏଓଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଏପରି ବ୍ୟବହାର ନେଇ ବାଣପୁର ବ୍ଲକ୍‌ର କୃଷି ବିଭାଗର ସମସ୍ତ କର୍ମଚାରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଶାନ୍ତ ମହାପାତ୍ର ନାଚୁଣୀର ସହକାରୀ କୃଷି ଅଫିସର ଭାବରେ କାର୍ଯ୍ୟରତ। କିନ୍ତୁ ବାଣପୁର କୃଷି ବିଭାଗରେ ହସ୍ତକ୍ଷେପ କରିବା ସହିତ ବାଣପୁରର ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରାଇ ଦେଉନାହାନ୍ତି ବୋଲି ଶୁଣିବାକୁ ମିଳିଛି। ଏନେଇ ମୋନାଲିସା ଡିଡିଏଙ୍କ ନିକଟରେ ଅଭିଯୋଗ କରିଥିବାର ସୂଚନା ରହିଛି। ସମ୍ପ୍ରତି ମୋନାଲିସା ଟାଙ୍ଗୀ କୃଷି ବିଭାଗରେ କାର୍ଯ୍ୟରତ ଅଛନ୍ତି। ବାଣପୁରରେ ସହକାରୀ କୃଷି ଅଧିକାରୀ ଅନୁପସ୍ଥିତ ରହିବା କାରଣରୁ ବାଣପୁର କୃଷି କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ହୋଇପାରୁନାହିଁ।

ବାଣପୁର ବ୍ଲକ୍‌ କୃଷକ ସାଥୀ ସଙ୍ଘର ସଭାପତି ସୁରେଶ କୁମାର ନାୟକ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସହକାରୀ କୃଷି ଅଧିକାରୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଦାବି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025

ଆସାମରେ ପ୍ରାୟ ୧୫,୬୦୦ କୋଟିର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

December 20, 2025

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025
Latest News

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025

ଆସାମରେ ପ୍ରାୟ ୧୫,୬୦୦ କୋଟିର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

December 20, 2025

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.