ଗୁରୁ ନାନକଙ୍କ 550 ତମ ଜନ୍ମଦିବସ ଉପଲକ୍ଷେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମୁଦ୍ରା ଲଞ୍ଚ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ମୁଦ୍ରାର ଲଞ୍ଚ କରିବା ସହିତ ଏହାର ଏକ ଫଟୋ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି । ଆସନ୍ତା 9 ତାରିଖରେ କର୍ତ୍ତାରପୁର କରିଡରର ଉଦ୍ଘାଟନୀରେ ଏହି ମୁଦ୍ରାର ପ୍ରଚଳନ କରାଯିବ । ପାକିସ୍ତାନର ନାନ୍କାନା ସାହିବରେ ଜନ୍ମଗ୍ରହଣ କରିଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକଙ୍କ 550 ତମ ଜନ୍ମ ଦିବସରେ ଏହି ମୁଦ୍ରାର ପ୍ରଚଳନ କରାଯିବ ବୋଲି ଇମ୍ରାନ ନିଜ ଟ୍ବିଟ୍ଟର ପେଜ୍ରେ ସେୟାର କରିଛନ୍ତି ।