23 ବର୍ଷରୁ କମ୍ ବିଶ୍ବ କୁସ୍ତି ଚାମ୍ପିୟନ୍ସିପ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦ୍ର ସିଂ । ୟୁରୋପିଆନ୍ ଚାମ୍ପିୟନ୍ ଆର୍ମେନିଆର ଆର୍ସେନ୍ ହାରୁତ୍ୟୁନାନଙ୍କୁ 4-3 ବ୍ୟବଧାନରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି ରବୀନ୍ଦ୍ର । ପୂର୍ବରୁ ରବୀନ୍ଦ୍ର ହଙ୍ଗେରୀର ମାର୍ସେଲ ବୁଡାଇଙ୍କୁ 12-1 ବ୍ୟବଧାନରେ ଏକ ପାଖିଆ ପରାସ୍ତ କରିଥିବା ବେଳେ ଋଷିଆର ଡିନିସ୍ଲାମ ତାଖ୍ତାରୋଭଙ୍କୁ 11-0ରେ କ୍ବାର୍ଟର ଫାଇନାଲ୍ରେ ପରାସ୍ତ କରିଥିଲେ ।