ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ଗୁରୁଦାସ ଦାସଗୁପ୍ତାଙ୍କର 3ନଭେମ୍ବର 1936ରେ ଜନ୍ମ ହୋଇଥିବା ଗୁରୁଦାସ 5 ଥର ସାଂସଦର ହିଛନ୍ତି । ଗୁରୁ ଦାସଙ୍କୁ ମୃତ୍ୟୁ ବେଳକୁ 83 ବର୍ଷ ହୋଇଥିଲା । ଗୁରୁଦାସ ନିଜର ରାଜନୈତିକ ଜୀବନରେ 3 ଥର ରାଜ୍ୟସଭା ଓ 2 ଥର ଲୋକସଭାର ସଦସ୍ୟ ରହିଥିଲେ । ଦେଶର ଜଣାଶୁଣା ବାମପନ୍ଥୀ ନେତା ଗୁରୁଦାସ ଦାସଗୁପ୍ତା ପ୍ରଥମ ଥର 1985ରେ ରାଜ୍ୟସଭା ସାଂସଦ ହୋଇଥିଲେ । ପୁନର୍ବାର 1988ରେ ପୁଣି ଥରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । 1994ରେ ଗୁରୁଦାସ ଦାସଗୁପ୍ତା ତୃତୀୟ ଥର ରାଜ୍ୟସଭାକୁ ଯିବା ପରେ 2004ରେ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲେ । 2004 ଏବଂ ୨୦୦୯ରେ କ୍ରମାଗତ 2 ଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ନିଜର ପ୍ରଖର ଭାଷଣ ପାଇଁ ସେ ପ୍ରସିଦ୍ଧ ଥିଲେ । ଗୁରୁଦାସ ଦାସଗୁପ୍ତା କ୍ରିକେଟ ଓ ରବୀନ୍ଦ୍ର ସଂଗୀତକୁ ଭଲ ପାଉଥିଲେ । ଏତଦ୍ ବ୍ୟତିତ ସେ ପଶ୍ଚିମବଙ୍ଗ କ୍ରିକେଟ୍ ସଙ୍ଘ ପାଇଁ କାମ କରିଛନ୍ତି ।