ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ବିଜେଡି ସଭାପତି ଏବଂ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ତିନି ସପ୍ତାହ ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନରେ ସମୁଦାୟ 41 ଲକ୍ଷ ଲୋକ ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି ।