ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲ୍ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଛନ୍ତି । ନିକଟରେ ଚିଦାମ୍ବରମଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଶୁକ୍ରବାର ସୁଧା ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିନ ପେଟ ଯନ୍ତ୍ରଣା କାରଣରୁ ଚିଦାମ୍ବରମଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିଦାମ୍ବରମଙ୍କୁ ବର୍ତ୍ତମାନ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଇଡିର ଆବେଦନ ଖାରଜ ହେବା ପରେ ଚିଦାମ୍ବରମଙ୍କୁ ତିହାର ସ୍ଥାନାନ୍ତର କରାଯାଇଛି ।