ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ୍ ମ୍ୟାକ୍ସଓ୍ବେଲ କ୍ରିକେଟରୁ ସାମୟିକ ଅବ୍ୟାହତି ନେଇଛନ୍ତି । ମାନସିକ ଦୁଶ୍ଚିନ୍ତା କାରଣରୁ ମ୍ୟାକ୍ସଓ୍ବେଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶ୍ରୀଲଙ୍କା ବିପକ୍ଷ ଟି 20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ମ୍ୟାକ୍ସଓ୍ବେଲ୍ 62 ରନ୍ ସଂଗ୍ରହ କରିଥିବା ବେଳେ ମାନଶିକ ଦୁଶ୍ଚିନ୍ତା କାରଣରୁ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରୁ ନିଜକୁ ଦୂରେଇ ଦେଇଛନ୍ତି । ନିଜର ମାନସିକ ସନ୍ତୁଳନ ସଠିକ୍ କରିବା ପାଇଁ ମ୍ୟାକ୍ସଓ୍ବେଲ କ୍ରିକେଟରୁ କିଛି ଦିନ ଦୁରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମେଣ୍ଟାଲ କଣ୍ଡିସନିଂ କୋଚ୍ ମାଇକେଲ ଲୟଡ୍ ସୂଚନା ଦେଇଛନ୍ତି ।