ହଲିଉଡ୍ର ଚର୍ଚ୍ଚିତ ଗାୟିକା କେଟୀ ପେରୀଙ୍କ ନାମରେ ଦେଢ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି । 2016ରେ ଆମେରିକୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ହିଲାରୀ କ୍ଲିଣ୍ଟନଙ୍କ ପରି ପୋଷାକ ପିନ୍ଧିବା କାରଣରୁ କେଟୀଙ୍କ ନାମରେ ଏହି ମାମଲା ଦାୟର କରାଯାଇଛି । 2014ର ଏକ ହାଲୋଇନ୍ ପରିପାଟୀରେ କେଟୀ ଏହି ପୋଷାକ ପିନ୍ଧିଥିଲେ । ଦୀର୍ଘ 5 ବର୍ଷ ପରେ ଏହି ଫଟୋକୁ ନେଇ ବିବାଦ ଦେଖାଦେଇଛି । ହିଲାରୀଙ୍କ ଜନୈକ ପ୍ରଶଂସକ ଗୁରୁବାର କେଟୀଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି । ଫଟୋଟିକୁ ଜନୈକ ପାପାରାଜି ଉଠାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିଗି ହାଦିଦିଙ୍କ ନାମରେ ମଧ୍ୟ ଏକ ମାନହାନି ମାମଲା ଦାୟର କରାଯାଇଥିଲା ।