ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ଚାଲିଥିବା ଗୁପ୍ତଚର ମାମଲାରେ ଆଇସିଜେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଭିଏନା ରାଜିନାମାର ଅନୁଚ୍ଛେଦ 36 ଅନୁଯାୟୀ କୌଣସି ବନ୍ଦୀଙ୍କୁ କାଉନ୍ସେଲାର ଆକ୍ସେସ୍ ପ୍ରଦାନ କରାଯିବା ଉଚିତ୍ ଥିଲା । ମାତ୍ର ପାକିସ୍ତାନ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ କୁଳଭୂଷଣଙ୍କୁ ଏହି ସେବା ଯୋଗାଇନଥିଲା । 2016 ମସିହାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବେଲୁଚିସ୍ତାନରୁ କୁଳଭୂଷଣଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭାରତ ଆଇସିଜେର ଦ୍ବାରସ୍ଥ ହେବା ପରେ ମାମଲାର ରାୟ ଭାରତ ସପକ୍ଷରେ ଯାଇଥିଲା । 15-1 ବ୍ୟବଧାନରେ ଆଇସିଜେଙ୍କ ରାୟ ଭାରତ ସପକ୍ଷରେ ଆସିଥିଲେ ମଧ୍ୟ କୁଳଭୂଷଣଙ୍କୁ ମୁକ୍ତ କରିନଥିଲା ପାକିସ୍ତାନ ।