ସମୀକ୍ଷା ବ୍ୟୁରୋ
ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅମର ପଟ୍ଟନାୟକଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯାଚିକା ଓ ସଦସ୍ୟ କମିଟି ଏବଂ ନ୍ୟାୟିକ କମିଟିର ମୁଖ୍ୟ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ଅମର ପଟ୍ଟନାୟକଙ୍କୁ ଅଧସ୍ତନ ସଂସଦୀୟ କମିଟିର ମୁଖ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।