ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି। ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ସଦିଗ୍ଧ ବ୍ୟାଗ ସଂପର୍କୀତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଏହି ବ୍ୟାଗକୁ ନିଜ ନିୟନ୍ତ୍ରଣରେ ନେଇଛି। ବିମାନବନ୍ଦରରେ ସଦିଗ୍ଧ ବ୍ୟାଗ ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି। ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରାଯାଇଥିଲା। ବ୍ୟାଗ ଭିତରେ କ’ଣ ଅଛି, ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।