ଯୁଦ୍ଧାଭ୍ୟାସ ସମୟରେ ଅଭାବନୀୟ ଘଟଣା ଘଟିଛି। ଫଳରେ ଜଣେ ଯବାନଙ୍କର ମୁତ୍ୟୁ ଘଟିଛି। ରାଜସ୍ଥାନର ପୋଖରାନ ନିକଟରେ ଯବାନମାନେ ଗୁରୁବାର ଯୁଦ୍ଧ ଅଭ୍ୟାସ କରୁଥିଲେ। ଏହି ସମୟରେ ଏକ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା। ପୋଖରାନର ମହାଜନ ଫାଇରିଂ ରେଞ୍ଜରେ ଏହି ଅଭ୍ୟାସ ଚାଲିଥିବା ବେଳେ ଟି-୯୦ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା।