ସମୀକ୍ଷା ବ୍ୟୁରୋ
କେନ୍ଦ୍ରାପଡ଼ା ତାଳଚୁଆରେ ବିରଳ ପ୍ରଜାତିର ମୟୂର ମାଛ ମିଳିଛି। ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ। ଏହାର ଓଜନ ୨୦ କେଜି ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ ହୋଇଛି। ଦୀଘାରେ ଏହି ମାଛ ବିକ୍ରି କରାଯିବା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି।