ସମୀକ୍ଷା ବ୍ୟୁରୋ
କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା। ବାଲିଯାତ୍ରାକୁ ସରକାରୀ ମାନ୍ୟତା ପାଇଁ ନିର୍ଦ୍ଦେଶନାମା ଜାରି ହେବ।