ଆଜିଠାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡରରେ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ପହିଲାରେ ହିଁ ଏଚପିସିଏଲ, ବିପିସିଏଲ ଓ ଆଇଓସି ପକ୍ଷରୁ ଏହି ଜାରି କରାଯାଇଥିବା ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୭୬.୫ ଟଙ୍କା ବୃଦ୍ଧି କରାଯାଇଛି। ଆଜି ଠାରୁ ଗ୍ୟାସ ସିଲିଣ୍ଡର ଉପରେ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି। ଲଗାତର ୩ମାସ ହେଲା ଏଲପିଜି ଗ୍ୟାସରେ ଦର ବୃଦ୍ଧି ଘଟିଛି। ୧୪.୨କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୭୬.୫ଟଙ୍କା ବୃଦ୍ଧି ଘଟି ୬୮୧.୫୦ ଟଙ୍କା ହୋଇଛି ଯାହା ଅକ୍ଟୋବରରେ ୬୦୫ ଟଙ୍କା ରହିଥିଲା। ସେହିପରି କମର୍ସିଆଲ ସିଲିଣ୍ଡର ଉପରେ ୧୧୯ ଟଙ୍କା ଦର ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ଏହି କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୨୦୪ଟଙ୍କା।