ନୀଳନୟନା ଐଶ୍ବର୍ଯ୍ୟା ରାୟ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି । ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ରୀ ରହିଥିଲେ ଐଶ୍ୱର୍ଯ୍ୟା। କିନ୍ତୁ ମଡେଲିଂ ଜଗତକୁ ଆସିବା ପରେ ପାଠ ପଢା ଅଧାରେ ଛାଡିଥିଲେ। ୧୯୯୪ରେ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟୀ ହୋଇଥିଲେ ସେ। ୧୯୯୭ ଫିଲ୍ମମେକର୍ ମଣିରତ୍ନମ ତାଙ୍କୁ ତାମିଲ ଫିଲ୍ମ ‘ଇରୁଭର’ରେ ପ୍ରଥମେ ଅଭିନୟର ସୁଯୋଗ ଦେଇଥିଲେ। ସେହିବର୍ଷ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ର ‘ଔର୍ ପ୍ୟାର୍ ହୋ ଗୟା‘ ଜରିଆରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ୧୯୯୯ ମସିହାରେ ଆସିଥିବା ସଞ୍ଜୟ ଲୀଳା ଭନ୍ସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରେ ପରେ ସେ ‘ଦେବଦାସ’, ’ମୋହବତେଁ’, ‘ରେନକୋଟ୍’, ’ତାଲ୍’, ‘ଗୁରୁ’, ’ରାବଣ୍’, ‘ଢାଇ ଅକ୍ଷର ପ୍ରେମ କୀ’, ‘ଦିଲ୍ କା ରିସ୍ତା’, ‘ଖାକି’, ‘କ୍ୟୁଁ ହୋ ଗୟା ନା’, ‘ଅଲ୍ବେଲା’, ‘ ‘ଗୁଜାରିଶ୍’, ‘ଯୋଦ୍ଧା ଆକବର’, ‘ଧୁମ୍-୨’, ‘ଏନ୍ଥିରନ୍’, ଆକ୍ସନ ରିପ୍ଲେ’, ‘ଦିଲ୍ ହୈ ମୁସ୍କିଲ୍’ , ଫନ୍ନେ ଖାଁ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନୟଠାରୁ ସେ ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚିତ । ୨୦୦୭ ମସିହାରେ ଅଭିଷେକ ବଚ୍ଚନକୁ ବିବାହ କରିଥିବାବେଳେ ଆରାଧ୍ୟା ନାମରେ ତାଙ୍କର ଏକ ଝିଅ ରହିଛି । ଫିଲ୍ମ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।