ଶୁକ୍ରବାର ଦିନ ଦିଲ୍ଲୀଏନ୍ସିଆରରେ ହେଲ୍ଥ ଇମରଜେନ୍ସି ଜାରି କରିଛନ୍ତି। ଏଥିସହିତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ-ଏନ୍ସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସହ ଗମ୍ଭୀର ସ୍ତରରେ ପହଞ୍ଚିଛି। ପ୍ରଥମଥର ପାଇଁ ଏପରି ଗମ୍ଭୀର ଅବସ୍ଥା ତଥା ‘ଜରୁରୀସ୍ଥିତିରେ ପହଞ୍ଚିଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ପରିବେଶ ପ୍ରଦୁଷଣ ପ୍ରାଧିକରଣର ଅଧ୍ୟକ୍ଷ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଚିଠି ଲେଖଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବାୟୁ ପ୍ରଦୁଷଣ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିସହ ସେ ଶୀତ ଋତୁରେ ବାଣ ନ ଫୁଟାଇବା ପାଇଁ କଟକଣା ଜାରି କରିଛନ୍ତି। ଦିଲ୍ଲୀ ସରକାର ଆଜି ଦିଲ୍ଲୀର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ୫୦ ଲକ୍ଷ ମାସ୍କ ବଣ୍ଟନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।