ସମୀକ୍ଷା ବ୍ୟୁରୋ
ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରାୟଗଡା ଜିଲ୍ଲା ପରିଦର୍ଶନ କରିଛନ୍ତି। ଉଦୟପୁର ସ୍କୁଲରେ ସେ ଛାତ୍ରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ହେଲେ କୌଣସୀ ଆଶାନୁରୂପକ ଉତର ମିଳିପାରି ନଥିଲା। ଏଥିରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ମଧ୍ୟ ସେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଉଦୟପୁର ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାରଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସହକାରୀ ଶିକ୍ଷୟିତ୍ରୀ ସୁଜ୍ଞାନୀ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେହିପରି ଏବିଇଓ ଓ ସିଆରସିସିଙ୍କୁ ମଧ୍ୟ ସୋ କଜ୍ ନୋଟିସ ପଠାଯାଇଛି।