ସମୀକ୍ଷା ବ୍ୟୁରୋ
କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିଣ ରିଜିଜୁ। ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏବଂ ଏହି କ୍ଷେତ୍ରରେ ସହଯୋଗ ପାଇଁ କେନ୍ଦ୍ର ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମ୍ର ଏଫ୍ଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ଏହି ଅବସରରେ ସେ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିବା ସହିତ ରାଜ୍ୟସରକାର ପ୍ରଶଂସା କରିଛନ୍ତି।