ସମୀକ୍ଷା ବ୍ୟୁରୋ
ଓଡ଼ିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଇଟାଲିଆନ୍ ଗୋଲ୍ଡେନ୍ ସାଣ୍ଡ ଆର୍ଟ ଆଓ୍ବାର୍ଡ ୨୦୧୯ ଲାଗି ମନୋନୀତ କରାଯାଇଛି। ଇଟାଲୀଠାରେ ନଭେମ୍ବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଟରନ୍ୟାସନାଲ୍ ସ୍କୋରାନା ସାଣ୍ଡ ନେଟିଭିଟି ଅବସରରେ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବ ପାଇଁ ଭାରତରୁ ପ୍ରତିନିଧିତ୍ବ କରିବେ ସୁଦର୍ଶନ ପଟ୍ଟନାୟକ। ଏହି ଉତ୍ସବରେ ଆଠଜଣ ସ୍ଥପତି ଯୋଗଦାନ କରୁଛନ୍ତି। ଏଥିପାଇଁ ପ୍ରମୋଉଭି ସ୍କୋରାନାର ସଭାପତି ଭିଟୋ ମାରାଶ୍ଚିଓ ନିମନ୍ତ୍ରଣ ଜଣାଇଛନ୍ତି।