ସମୀକ୍ଷା ବ୍ୟୁରୋ
ବଡଭାଇର ମୃତ୍ୟୁକୁ ସହ୍ୟ କରିନପାରି ସାନଭାଇର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ମିଳିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ସିଡିଙ୍ଗି ଗାଁରେ। ଏହି ଘଟଣାରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଲ୍ଲେଖ୍ୟଯୋଗ୍ୟ ଯେ, ଗତ କିଛିଦିନ ତଳେ ବଡ ଭାଇ କ୍ୟାନ୍ସରରେ ପୀଡିତ ଥିଲେ। ସେ କଟକ ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିଲାବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସାନଭାଇ ଏହି ଦୁଃଖଦ ଘଟଣାରେ ମ୍ରିୟମ୍ରାଣ ହୋଇ ହଠାତ ଘଟଣା ସ୍ଥଳରେ ଟଳିପଡିଲେ। ତାଙ୍କୁ ତୁରନ୍ତ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।